ସମ୍ବଲପୁର , ସାରା ଦୁନିଆଁ ର କୋଣ ଅନୁକୋଣ ରେ ରହୁଥୁବା ସମ୍ବଲପୁରୀଆ ଓ ସମ୍ବଲପୁରୀ ପ୍ରେମୀ ମାନେ ଧୁମଧାମ ରେ ପାଳନ କରିଛନ୍ତି ଅଗଷ୍ଟ ୧ ସମ୍ବଲପୁରୀ ଦିନ । ସମ୍ବଲପୁରୀ ଦିନ୍ ର ଉଦ୍ୟୋକ୍ତା ତଥା ଅଞ୍ଚଳ ରେ ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ବେଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁର ଜେଲ ଛକ ନିକଟସ୍ଥ ସମ୍ବଲପୁରୀ ଡେରା ଠାରେ ଭାବ୍ୟତାର ୧୨ ତମ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ ହୋଇ ଯାଇଛି । ଚଳିତ ବର୍ଷ ମଞ୍ଚ ପକ୍ଷରୁ ୨୩ ଟି ସ୍ଥାନ ରେ ସମ୍ବଲପୁରୀ ଦିନ୍ ପାଳନ କରାଯାଇଥିବା ବେଳେ ଅନ୍ୟାନ୍ୟ ସରକାରୀ ବେସରକାରୀ ଅନୁଷ୍ଠାନ ପ୍ରତିଷ୍ଠାନ ପକ୍ଷରୁ ମଧ୍ୟ ବିବିଧ ଓ ବିଶେଷ ଢଙ୍ଗରେ ସମ୍ବଲପୁରୀ ଦିନ୍ ପାଳନ ହୋଇ ଯାଇଛି ।
୧୦୧୨ ରେ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମ ଶତବର୍ଷିକୀ ରେ ନିଷ୍ପତ୍ତି ନିଆଯାଇ ୨୦୧୩ ରେ ଆରମ୍ଭ ହୋଇଥିବା ସମ୍ବଲପୁରୀ ଦିନ୍ ୧୨ ବର୍ଷ ରେ ସର୍ବବ୍ୟାପି ସର୍ବସ୍ପର୍ଶୀ ହୋଇସାରିଛି । ସମ୍ବଲପୁରୀ ଦିନ୍ ଆଜି ଭାଷା ସାହିତ୍ୟ ସଂସ୍କୃତି ର ଆନ୍ଦୋଳନ ରେ ପାରିବର୍ତ୍ତିତ ହୋଇସାରିଛି ।
ସମ୍ବଲପୁରରେ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ସମେତ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କଲାହାଣ୍ଡି, ଭୁବନେଶ୍ୱର, ଦେବଗଡରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ସମ୍ବଲପୁରୀ ଦିନ୍ ଆୟୋଜନ କରାଯାଇ ଥିଲା । ଏହାସହ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ସହଯୋଗୀ ଅନୁଷ୍ଠାନ ମାନେ ମଧ୍ଯ ପନ୍ଦରରୁ ଅଧିକ ସ୍ଥାନରେ ସମ୍ବଲପୁରୀ ଦିନ ଆୟୋଜନ କରିଥିଲେ।
ଚଳିତବର୍ଷ ସମ୍ବଲପୁରୀ ଦିନ୍ ଉପଲକ୍ଷେ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଓଡିଶା ସରକାର ରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ବିଭାଗ ର କ୍ୟାବିନେଟ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଭିଡିଓ ରେ, ପ୍ରେସ ବିଜ୍ଞପ୍ତି ଜରିଆରେ ଓ ପତ୍ର ମାଧ୍ୟମରେ ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଛନ୍ତି । ଏହା ବ୍ୟତୀତ ସମାଜ ର ଅନେକ ବରିଷ୍ଠ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ, କବି, ଲେଖକ, କଳାକାର ମଧ୍ୟ ସାମାଜିକ ଗଣମାଧ୍ୟମ ରେ ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି ।
ଏହା ସହ ସମ୍ବଲପୁର ଠାରେ ମଞ୍ଚ ପକ୍ଷରୁ ହୋଇଥିବା ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଓଡିଶା ସରକାର ଙ୍କର ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ, ରବି ନାରାୟଣ ନାୟକ, ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାୟକ, ଉତ୍ତରାଞ୍ଚଳ ପୋଲିସ ମହାନିରୀକ୍ଷକ ହିମାଂଶୁ ଲାଲ, ଜିଲ୍ଲାପାଳ ଅକ୍ଷୟ ଅନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ପୌରାଯୁକ୍ତ ଵେଦ ଭୂଷଣ ଭୋଇ, ଆଇ.ଆଇ.ଏମ ପ୍ରଫେସର ମହାଦେବ ପ୍ରସାଦ ଜୟସୱାଲ ନିର୍ଦ୍ଦେଶକ ଙ୍କ ସମେତ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ତତ ସହିତ ବିଭିନ୍ନ ସ୍ଥାନ ରେ ପାଳିତ ହୋଇଥିବା ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମ ମାନଙ୍କରେ ଅନେକ ନେତା ମନ୍ତ୍ରୀ ସମ୍ମାନିତ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଛନ୍ତି ।
ସମ୍ବଲପୁରୀ ପ୍ରତି ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କର ଅତୁଳନୀୟ ତ୍ୟାଗ, ବଳିଦାନ, ଅବଦାନ କୁ ସମ୍ମାନ ଜଣେଇ ସମ୍ବଲପୁରୀ ଦିନ୍ କୁ ସ୍ୱୀକାର କରି ଦୁନିଆଁ ର କୋଣ ଅନୁକୋଣ ରେପାଳିତ ହୋଇଥିବା ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେଇ ଗୁରୁଶ୍ରୀ ବହିଦାର ଙ୍କ ସ୍ମୃତିଚାରଣ କରି ତାଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳୀ ଜଣେଇ ଥିବାରୁ ସମସ୍ତଙ୍କୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞା ଜ୍ଞାପନ କରାଯାଇଛି ।
ସତଜନ, ଗିରୁଜନ, ବିଶିଷ୍ଟ, ବରିଷ୍ଠ ବ୍ୟକ୍ତି ବିଶେଷ ଙ୍କ ସମ୍ବଲପୁରୀ ପ୍ରତି ରହିଥିବା ଆକୁଣ୍ଠ ସମର୍ଥନ ଓ ସମ୍ମାନ ଆଗାମୀ ଦିନରେ ସମ୍ବଲପୁରୀ କୁ ଆହୁରି ସାଣିତ ଓ ଋଦ୍ଧିବନ୍ତ କରିବ ବୋଲି ମଞ୍ଚ ପକ୍ଷରୁ ଦୃଢ ଆଶା କରାଯାଇଛି ।
ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ର କ୍ୟାବିନେଟ ମନ୍ତ୍ରୀ ସମୂହ ନିଜ ନିଜର ବାର୍ତ୍ତା ମାନଙ୍କରେ ସମ୍ବଲପୁରୀ ଦିନ୍ ରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ଅବଦାନ ଓ ସାଧାରଣ ଜନତା ଙ୍କ ସମର୍ଥନ ଓ ସହଯୋଗ ବିଷୟ ରେ ଉଲ୍ଲେଖ କରିଥିବାରୁ ମଞ୍ଚ ର ଉପଦେଷ୍ଟା ଡ଼.ପ୍ରମୋଦ ରଥ, ଆବାହକ ଭବାନି ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପଶ୍ଚିମାଞ୍ଚଲ ଏକତା ମଞ୍ଚ ପରିବାର ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।