କେଦାରନାଥ/ଗୁପ୍ତକାଶୀ– କେଦାରଘାଟିରେ ଶନିବାର ତୃତୀୟ ଦିନ ବର୍ଷା ମଧ୍ୟରେ ବିପର୍ଯ୍ୟୟ ପ୍ରଭାବିତ ଅଂଚଳରେ ରେସକ୍ୟୁ ଓ ରିଲିଫ୍ ଅଭିଯାନ ଚାଲିଛି । ପ୍ରବଳ ବର୍ଷା କାରଣରୁ କେଦାର ଘାଟିର ରାସ୍ତା କ୍ଷତିଗ୍ରସ୍ତ ହେବା କାରଣରୁ ବିଭିନ୍ନ ପାହାଡରେ ଫସିରହିଥିବା ତୀର୍ଥଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହିତ ଅନ୍ୟ ସୁରକ୍ଷା ବଳ ଲଗାତର ଭାବେ କାର୍ଯ୍ୟ କରୁଛନ୍ତି । ଶନିବାର ଲଗାତର ତୃତୀୟ ଦିନରେ ରେସକ୍ୟୁ ଓ ରିଲିଫ୍ କାର୍ଯ୍ୟ ଭୀମବଲୀ ସହିତ ଅନ୍ୟ ସ୍ଥାନରେ କରାଯାଉଛି । ପ୍ରଶାସନ ପକ୍ଷରୁ ଏଠାରେ ଲୋକଙ୍କୁ ଖାଦ୍ୟ ପ୍ୟାକେଟ ବଂଟନ କରାଯାଉଛି । କେଦାରନାଥ ଧାମର ପାଦଚଲା ମାର୍ଗରେ ନଦୀଜଳସ୍ତର ବଢିବା କାରଣରୁ ନଦୀ କୂଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବାରେ ସମସ୍ୟା ଦେଖାଦେଉଛି ।