ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୃଷି ଅର୍ଥଶାସ୍ତ୍ରୀଙ୍କ ଅନ୍ତର୍ଜାତୀୟ ସମ୍ମିଳନୀକୁ ସଂବୋଧିତ କରି କହିଛନ୍ତି ଯେ, ଭାରତ ଏକ ଖାଦ୍ୟ ଅଧିଶେଷ ଦେଶ ଅଟେ । ଆମେ ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଉପରେ କାମ କରୁଛୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଚାଷୀଙ୍କ ଜୀବନରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସୁଧାର ଓ ଉପାୟ ମାଧ୍ୟମରେ କୃଷି କ୍ଷେତ୍ରକୁ ମଜବୁତ କରୁଛୁ । ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ କୃଷି ଅର୍ଥଶାସ୍ତ୍ରୀ ପରିଷଦର 32ତମ ଅଧିବେଶନର ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି 65 ବର୍ଷ ପରେ ଭାରତରେ କୃଷି ଅର୍ଥଶାସ୍ତ୍ରୀଙ୍କ ସମ୍ମିଳନୀର ଆୟୋଜନ କରିବା ଏକ ମହାନ ଅବସର ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଗତ ଥର କୃଷି ଅର୍ଥଶାସ୍ତ୍ରୀଙ୍କ ସମ୍ମିଳନୀ ଏଠାରେ ସେତେବେଳେ ହୋଇଥିଲା, ଯେତେବେଳେ ଭାରତକୁ ନୂଆ ନୂଆ ସ୍ୱାଧୀନତା ମିଳିଥିଲା । ସେହି ଭାରତର ଖାଦ୍ୟ ସୁରକ୍ଷାକୁ ନେଇ ଭାରତର କୃଷିକୁ ନେଇ ଚ୍ୟାଲେଂଜରେ ଭରା ସମୟ ଥିଲା । ଏବେ ଭାରତ ଖାଦ୍ୟ ଅଧିଶେଷ ଦେଶ ଥିଲେ । ଆଜି ଭାରତ ଦୁଧ, ଡାଲି ଓ ମସଲାର ସବୁଠୁ ବଡ ଉତ୍ପାଦକ ଅଟେ । ଦିନେ ସମୟ ଏଭଳି ଥିଲା ଯେତେବେଳେ ଭାରତର ଖାଦ୍ୟ ସୁରକ୍ଷା ଦୁନିଆର ଚିନ୍ତାର ବିଷୟ ଥିଲା,ଏବଂ ଆଜିର ସମୟ, ଯେତେବେଳେ ଭାରତ ବିଶ୍ୱ ଖାଦ୍ୟ ସୁରକ୍ଷା, ବିଶ୍ୱ ପୋଷଣ ସୁରକ୍ଷାର ସମାଧାନ ଦେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃଷି ଆମର ଆର୍ଥିକ ନୀତିର କେନ୍ଦ୍ର ଅଟେ ।