ଭୁବନେଶ୍ୱର -ବର୍ତ୍ତମାନ ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ BSKY ଜାରି ରହିବବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗଣମାଧ୍ୟମରେ ଏସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି । ବର୍ତମାନ ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି । ସମସ୍ତଙ୍କୁ ଏହି କାର୍ଡ ମିଳିବ । ଫୁଲ ବଜେଟ ସେପ୍ଟେମ୍ବର 10 ରେ ଆଗତ ହେବ । ତା ପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ ବୋଲି ସେ କହିଛନ୍ତି ।
ସେହିପରି ଗଣମାଧ୍ୟମରେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମେଡିକାଲ କଲେଜ ହେଉ ବା ଶିକ୍ଷାନୁଷ୍ଠାନ ବା ହସ୍ପିଟାଲ, ସବୁଠାରେ ବୁଲା କୁକୁରଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ । ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହା କରି ସେ ଜଳାନ୍ତକମୁକ୍ତ ଓଡ଼ିଶା କରାଯିବ । 2030 ସୁଦ୍ଧା ଦେଶ ହେବ ଜଳାନ୍ତକମୁକ୍ତ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।