ଭୁବନେଶ୍ୱର -ମମତାଙ୍କ ଯିବା ପଛରେ ବଡ କାରବାର ହୋଇଛି ବୋଲି ବିସ୍ପୋରକ ବୟାନ ଦେଇଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ରାଜକିଶୋର ଦାସ । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ମମତା ମହାନ୍ତ ସେମିତି ବଡ ବ୍ୟକ୍ତିତ୍ୱ ର ଅଧିକାରୀ ନୁହଁନ୍ତି । ନା ସେ ତାଙ୍କ ସମ୍ପ୍ରଦାୟ ପାଇଁ ନା ଦଳ ପାଇଁ କାମ କଲେ ।
ଶ୍ରୀ ଦାସ ଆହୁରି କହିଛନ୍ତି 2024 ନିର୍ବାଚନ ସମୟରେ ତାଙ୍କ କାର୍ଯ୍ୟକଳାପ ଠିକ୍ ନଥିଲା। ଯେଉଁଥିପାଇଁ ପାର୍ଟି ତାଙ୍କୁ ଦାୟିତ୍ଵ ଦେଇ ନଥିଲା । ବିଜେପି ର ରାଜ୍ୟ ସଭାରେ ସଂଖ୍ୟା କମ। ସେଥିପାଇଁ ବିଜେପି ସବୁ କ୍ଷମତା କୁ ପ୍ରୟୋଗ କରି ଚେଷ୍ଟା କରୁଛନ୍ତି ଜଣକ ପରେ ଜଣଙ୍କୁ ନେବା ପାଇଁ । ଯାହା ବି କାରବାର ହେଉଛି, ତାହା ଅଛପା ନାହିଁ।