ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ପ୍ରଥମ ଦୁଇଦିବସୀୟ ସମ୍ମିଳନୀ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମିଳନୀ ଆରମ୍ଭ ହେବାର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ଓ ତାଙ୍କ ଜୀବନସାଥୀଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ବେଳର ଏହି ଫଟୋ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଏହି ସମ୍ମିଳନୀ ରାଷ୍ଟ୍ରପତି ଭବନରେ ଡକାଯାଇଥିଲା । ଦ୍ରୌପଦୀ ମୁର୍ମୁ ଅଗଷ୍ଟ 2 ଓ 3ରେ ରାଷ୍ଟ୍ରପତି ଭବନରେ ରାଜ୍ୟପାଳଙ୍କ ଦୁଇଦିବସୀୟ ସମ୍ମିଳନୀର ଅଧ୍ୟକ୍ଷତା କରିବେ ।