ଜେରୁଜେଲମ-ଇସ୍ରାଏଲ ହମାସ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ହମାସର ଅଂଟା ଭାଙ୍ଗିବାକୁ ଉଦ୍ୟମ କରୁଛି । ଏହି କ୍ରମରେ ଇସ୍ରାଏଲ ଗୁରୁବାର ଲଗାତର ଭାବେ ଦ୍ୱିତୀୟ ଦିନରେ ଗାଜାର ହମାସ ସୈନ୍ୟ ଶାଖାର ମୁଖ୍ୟ 59 ବର୍ଷୀୟ ମହମ୍ମଦ ଦୈଫଙ୍କୁ ମାରିଥିବା ଦାବି କରିଛି । ଏହାପୂର୍ବରୁ ଇରାନର ରାଜଧାନୀ ତେହରାନରେ ମିସାଇଲ ଆକ୍ରମଣ କରି ହମାସର ଶୀର୍ଷ ନେତା ଇସମାଇଲ ହାନିୟାଙ୍କୁ ହତ୍ୟା କରାଯାଇଥିଲା । ମହମ୍ମଦ ଦୈଫ ହିଁ ୟାହୟା ସିନୱାର ସହିତ ମିଶି କରି ଇସ୍ରାଏଲ ଉପରେ ଅକ୍ଟୋବର 7, 2023 ଆକ୍ରମଣର ଷଡଯନ୍ତ୍ର ରଚିଥିଲା ଏବଂ ଏହାକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲା ।