ପୁରୀ, ଯଜପୁରର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗୃପ ପକ୍ଷରୁ ଆଜି ପୂର୍ବାହ୍ନରେ ପୁରୀ ବେଳାଭୂମି ସଫେଇ କରାଯାଇଥିଲା।ଦିଗବାରେଣୀ ଛକ ଠାରୁ ପୁରୀ ହୋଟେଲ ପର୍ଯ୍ୟନ୍ତ ଏହି ସଫେଇ କରାଯାଇଥିଲା।ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ର, ସମ୍ପାଦକ ଅଭିମନ୍ୟୁ ମିଶ୍ର, ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ, ସହ ସାଂଗଠନିକ ସମ୍ପାଦକ ତାରାକାନ୍ତ ମଲ୍ଲିକ, ସଂଯୋଜକ ପ୍ରଶାନ୍ତ କୁମାର ପତି ଓ କୋର କମିଟି ସଦସ୍ୟ ଅଶୋକ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଏହି ସ୍ୱଛତା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ସ୍ୱଛତା ହିଁ ସେବା।ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ରେ ବିଶେଷ କରି ମହୋଦଧୀ କୂଳରେ ଆମେ ସଫେଇ କରିବାର ସୁଯୋଗ ପାଇଥିବାରୁ ଅନେକ ଆନନ୍ଦିତ ବୋଲି କହିଛନ୍ତି ସଭାପତି ଓ ସମ୍ପାଦକ ଶ୍ରୀ ମିଶ୍ର।
Related Stories
September 19, 2024
September 19, 2024