କୋରେଇ- ପାଣିକୋଇଲି ଥାନା ଅନ୍ତର୍ଗତ ତଣ୍ଡରା ପଂଚାୟତର ତଣ୍ଡରା ଗ୍ରାମରେ ପଂଚାୟତ ଅଧିନରେ ଥିବା ଏକ ପୋଖରୀ ଖୋଳା ହେବା ପାଇଁ ନିଷ୍ପତି ହୋଇଥିଲା । ଏଥିପାଇଁ ଚର୍ତୁଦଶ ଅର୍ଥ କମିଶନରୁ ଅର୍ଥ ମଂଜୁର କରାଯାଇଅଛି । ମାତ୍ର ଏହି ପୋଖରୀ ଖୋଳିବା ପାଇଁ ପାଣି ସୁଖାଇବା ପାଇଁ ମଟର ଲାଗିଥିଲା । ତଣ୍ଡାରା ଗ୍ରାମର କରୁଣାକର ମଲିକଙ୍କ ପୁଅ ତପନ ଏହାକୁ ଯାଇ ବନ୍ଦ କରାଇଥିଲା । କାରଣ ପଚାରିବାରୁ କୌଣସି ଉତର ଦେଇନଥିଲା । ପରଦିନ ପୁଣି ଯାଇ ମଟର ବନ୍ଦ କରିବା ସହ ତାର କାଟିନେଇଥିଲା । ସରପଂଚ ଗୋପାଳ ସେଠୀ ପଚାରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲା । ଏନେଇ ଆପୋସ ସମାଧାନ ପାଇଁ ମଧ୍ୟ ସ୍ଥିର ହୋଇଥିଲା । ମାତ୍ର ତପନ ଏହାକୁ ମାନି ନଥିଲା ଫଳରେ ସରପଂଚଙ୍କ ଅଭିଯୋଗ ମୁତାବକ ଏକ ମାମଲା ୧୦/୧୯ ରୁଜ୍ଜୁ କରାଯାଇ ଗିରଫ ପରେ ଆଜି ଦଫା ୨୯୪, ୫୦୬ରେ ତପନକୁ କୋର୍ଟ ଚାଲାଣ କରାଯାଇଛି ।
Related Stories
November 23, 2024