ବଲାଙ୍ଗିର, ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରୀ ଏଲିଟ ତରଫରୁ ନବମ ଛାତ୍ରୀଙ୍କ “ଉଡାନ ସ୍ୱାଗତ ସମାରୋହ – ୨୦୨୪” ଗତକାଲ ଅଗଷ୍ଟ ୦୧ ତାରିଖ ଦିନ ଆୟୋଜିତ ହୋଇଥିଲା | ଏହି ସଭାରେ ମୁଖ୍ୟଅତିଥି ଭାବରେ ପ୍ରଫେସର ମଧୁସୂଦନ ପତି ଯୋଗଦେଇ ଛାତ୍ରୀଙ୍କୁ ଚରିତ୍ର ନିର୍ମାଣର ଆବଶ୍ୟକତା କେତେ ବୁଝାଇଥିଲେ | ସମାଜରେ ଉଡାନ ଏକ ସେତୁର କାର୍ଯ୍ୟକରୁଛି ବୋଲି କହିଥିଲେ | ଉଡାନରୁ ଗ୍ରହଣ କରିଥିବା ଶିକ୍ଷାକୁ ପୁଣି ସମାଜକୁ ଦେବାପାଇଁ ପ୍ରସ୍ତୁତ ହେବାକୁ ଉଡାନ ଛାତ୍ରୀମାନଙ୍କୁ କହିଥିଲେ | ଅନ୍ୟତମ ଅତିଥି ତଥା ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଶୀ ଛାତ୍ରୀମାନଙ୍କୁ ଉଡାନରେ ଯେଉଁ ସୁବିଧା ଓ ସୁଯୋଗ ଲାଭ କରୁଛ ତାହା ଆୟୋଜକଙ୍କ ପ୍ରଚେଷ୍ଟା | କିନ୍ତୁ ତୁମର ଗୁରୁଦାୟିତ୍ୱ ହେଲା ପରିଶ୍ରମ କରି ନିଜକୁ ସଫଳ କରିବା | ଉଡାନରେ ନିଜକୁ ନିୟୋଜିତକରି ଶିକ୍ଷକ ଓ ଆୟୋଜକମାନେ ଉଡାନ ଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ସହିତ ନିଜର ମଧ୍ୟ ମଙ୍ଗଳ କରୁଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ | ଅତିଥି ଭାବରେ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନବୀନ ନାୟକ କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ମାର୍ଗ ବୋଲି କହିଥିଲେ | ରୋଟାରି ଏଲିଟର ସଭାପତି ଅର୍ଚନା ଶତପଥୀ ଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ କହିଥିଲେ | ଏହି ସଭାରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଉଡାନ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ୪୧ ଜଣ ନବମ ଶ୍ରେଣୀର ଉଡାନ ଛାତ୍ରୀଙ୍କୁ ନୂତନ ବ୍ୟାଗ ପ୍ରଦାନକରି ଉଡାନକୁ ସ୍ୱାଗତ କରିଥିଲେ | ଏହି ବର୍ଷ ଉଡାନରେ ସରକାରୀ ବାଳିକା ବିଦ୍ୟାଳୟ, ଟାଉନ ବାଳିକା ବିଦ୍ୟାଳୟ, ଓ ନବଜୀବନ ବିଦ୍ୟାପୀଠର ଛାତ୍ରୀଙ୍କୁ ସାମିଲ କରାହୋଇଛି | ଏହି ସଭାରେ ଉଡାନ ଛାତ୍ରୀଙ୍କ ଅଭିଭାବକମାନେ ଯୋଗଦେଇଥିଲେ | ଉଡାନ ଦଶମ ଶ୍ରେଣୀ ଛାତ୍ରୀମାନେ ଉପସ୍ଥିତରହି ନୂତନ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ | ରୋଟାରି ଏଲିଟର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ |