ଭୁବନେଶ୍ଵର– ଚଳିତ ମୌସୁମୀ ଋତୁ ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୫୨୦.୨ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୯ ପ୍ରତିଶତ କମ୍ ରହିଛି ।
ଏହି ସମୟରେ ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବର୍ଷା ହୋଇଛି । ଏଠାରେ ୧୦୭୨.୪ ମି.ମି. ବର୍ଷା ହୋଇଛି । ସେହିପରି ୩ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ସେହି ଜିଲ୍ଲାଗୁଡିକ ହେଲା କୋରାପୁଟ, ନୂଆପଡ଼ା, ବୌଦ୍ଧ । ଏହି ସମୟ ମଧ୍ୟରେ କୋରାପୁଟରେ ୭୯୬ ମି.ମି., ନୂଆପଡ଼ାରେ ୬୭୦.୧ ମି.ମି. ଏବଂ ବୌଦ୍ଧରେ ୬୨୧.୬ ମି.ମି. ବର୍ଷା ହୋଇଛି ।୧୫ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଛି ଏବଂ ଅନ୍ୟ ୧୧ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।