ଭୁବନେଶ୍ୱର, ପଶ୍ଚିମବଙ୍ଗ ସରକାରଙ୍କ ମନମାନୀ ଏବଂ ବ୍ୟବହାର ଖରାପ ପାଇଁ ଓଡିଶା ଆଉ ପଶ୍ଚିମବଙ୍ଗରରୁ ଆଳୁ ଆଣିବନି ବୋଲି ପ୍ରତିକ୍ରିୟା ରଖିଛନ୍ତି ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡା । ଗଣମାଧ୍ୟମରେ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ବର୍ତମାନ ସୁଦ୍ଧା ଉତରପ୍ରଦେଶ ରୁ ରାଜ୍ୟକୁ ୧୨ଟି ଗାଡି ଆଳୁ ଆସି ସାରିଲାଣି । ଆଉ ଅଧିକ ଗାଡି ଅର୍ଡର କରାଯାଇଛି । ଯାହା ଚାରି ରୁ ପାଂଚ ଦିନ ଭିତରେ ରାଜ୍ୟରେ ପହଂଚିବ । ଶ୍ରୀ ପଣ୍ଡା କହିଛନ୍ତି ଉତରପ୍ରଦେଶ ଆଳୁ ବହୁତ ଭଲ ରହିଛି ଏବଂ ଦର ମଧ୍ୟ ଖାଉଟିଙ୍କୁ ସୁହାଇବ । ଓଡିଶାକୁ ଆଳୁ ଆଣିବା ନେଇ ଓଡିଶା ଏବଂ ଉତରପ୍ରଦେଶ ର ସରକାରୀ ସ୍ତରରେ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି ।
Related Stories
November 22, 2024