
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭୋଳାନାଥ ବିଦ୍ୟାପୀଠ ହାଇ ସ୍କୁଲ, ପୁରୀ ଠାରେ ସ୍କୁଲ ର ପୁରାତନ ଛାତ୍ର ସଂସଦ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଡଃ ତ୍ରିଲୋଚନ ବରାଳ ସଭାପତିତ୍ବ କରିଥିଲେ |ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ର ରୌପ୍ୟ ଜୟନ୍ତୀ ଆସନ୍ତା ନଭେମ୍ବର ମାସ ପ୍ରଥମ ସପ୍ତାହରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି |ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟମଣି ନାୟକ, ସଂପାଦକ ପୁରାତନ ଛାତ୍ର ସଂସଦ ସଂଗ୍ରାମ କେଶରୀ ମିଶ୍ର,କୋଷାଧ୍ୟକ୍ଷ, ସୁରେନ୍ଦ୍ର ନାଥ ଦାଶ, ବୁଦ୍ଧଦେବ ମହାପାତ୍ର, ନାରାୟଣ ଗୋଛିକାର, ରାଜେନ୍ଦ୍ର ହରିଚନ୍ଦନ, ଦିଲ୍ଲିପ କୁମାର ବଳ, ହରିହର ପାଢି, ଯୁଗଳ ଚନ୍ଦ୍ର ସିହ୍ନା, ବିଶ୍ବନାଥ ଦାଶ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।