ବେରୁତ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ କହିଛନ୍ତି ଯେ, ତାଙ୍କ ଦେଶ ଉପରେ କୌଣସି ମୋର୍ଚ୍ଚା ପକ୍ଷରୁ କୌଣସି ଆକ୍ରମଣ ହେଲେ ବହୁମୂଲ୍ୟ ଦେବାକୁ ପଡିବ । ତେହରାନରେ ଆକାଶ ଆକ୍ରମଣରେ ହମାସର ଶୀର୍ଷ ରାଜନୈତିକ ନେତା ଇସମାଇଲ ହନିୟା ନିହତ ହେବା ପରେ ଏହା ତାଙ୍କର ପ୍ରଥମ ସାର୍ବଜନୀନ ବୟାନ ଅଟେ । ହମାସ ଓ ଇରାନ ଉଭୟ ଏହି ଆଶ୍ଚର୍ଯ୍ୟକଲା ଭଳି ଘଟଣା ପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି, ଯାହାପରେ ବ୍ୟାପକ ଭାବେ ଆଂଚଳିକ ଯୁଦ୍ଧ ବିପଦ ସୃଷ୍ଟି ହୋଇଛି । ଇସ୍ରାଏଲ 24 ଘଂଟାରେ ଦୁଇଜଣ ଶତ୍ରୁ, ପ୍ରଥମେ ଇସ୍ରାଏଲ ସେନା ମଙ୍ଗଳବାର ବେରୁତରେ ହିଜବୁଲ୍ଲାହର କମାଣ୍ଡର ଫୁଆଦ ଶୁକରକୁ ହତ୍ୟା କରିଥିଲା । ଏହାର ଦିନକରେ ବୁଧବାର ସକାଳେ ହମାସର ପଲଟିକାଲ ଚିଫ୍ ଇସମାଇଲ ହାନିୟେକୁ ହତ୍ୟା କରିଥିଲା ।ଏହି ଦୁଇ ଜଣଙ୍କ ମୃତ୍ୟୁ ପରେ ମଧ୍ୟ-ପୂର୍ବ ଏସିଆରେ ହଇଚଇ ସୃଷ୍ଟି ହୋଇଛି ।
Related Stories
November 21, 2024