ନୂଆଦିଲ୍ଲୀ, କମର୍ସିଆଲ ଗ୍ୟାସ ସିଲିଣ୍ଡର 8.50 ଟଙ୍କା ମହଙ୍ଗା । ସାର୍ବଜନୀନ କ୍ଷେତ୍ରରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ କର୍ମସିଆଲ ଗ୍ୟାସ ମୂଲ୍ୟରେ 8.50 ଟଙ୍କା ପ୍ରତି ସିଲିଣ୍ଡରରେ ବୃଦ୍ଧି କରିଛନ୍ତି । ତେବେ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତନ କରାଯାଇନାହିଁ । ନୂଆ ମୂଲ୍ୟ ଗୁରୁବାର ଠାରୁ ଲାଗୁ ହୋଇଛି । ଇଣ୍ଡିଆନ ଅଏଲ ୱେବସାଇଟ ମୁତାବକ ଦେଶର ରାଜଧାନୀ ଦିଲ୍ଲୀରେ 19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସର ମୂଲ୍ୟ ଏବେ 6.50 ଟଙ୍କା ବଢି 1652.50 ଟଙ୍କା ପ୍ରତି ସିଲିଣ୍ଡର ହୋଇଛି, ଯାହାକି ପୂର୍ବରୁ 1646 ଟଙ୍କା ଥିଲା । କୋଲକାତାରେ ଗ୍ୟାସ ମୂଲ୍ୟ 1764.50 ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ 1605 ଟଙ୍କା ହୋଇଛି । ଚେନ୍ନାଇରେ ଗ୍ୟାସ ସିଲିଣ୍ଡର 1817 ଟଙ୍କା ହୋଇଛି ।
Related Stories
November 21, 2024