ଗଂଜାମ, ଗଂଜାମ ଜିଲାରେ ଆବଶ୍ୟକ ଠାରୁ କମ ବର୍ଷା ହୋଇଥିବାରୁ ଧାନ ଚାଷ ପଛେଇଯାଇଛି। ଜିଲାରେ ଏପର୍ଯ୍ୟନ୍ତ ୨୦ ଭାଗ ଜମିରେ ଧାନ ରୁଆ ହୋଇପାରିଛି। ଚାଷୀ ବର୍ଷା ପାଇଁ ଅପେକ୍ଷା କରିଛି । ଭଲ ବର୍ଷା ହୋଇ ଗଲେ ଧୂମ ଧାମରେ ଧାନ ରୁଆ କାର୍ଯ୍ଯଆରମ୍ଭ ହୋଇଯିବ। ଜିଲାରେ ଖରିଫ ଚାଷପାଇଁ ବିଭିନ୍ନ ସାରର ବିଶେଷ ଆବଶ୍ୟକତା ରହିଛି । ଜିଲାରେ ସାରର ଘୋର ଅଭାବ ପରିଲିକ୍ଷିତ ହେଉଛି । ଖରୀଫ ଚାଷ ପାଇଁ ଜିଲାକୁ୬୧ ହଜାର ଟନସାର ର ଆବଶ୍ଯକତା ରହିଛି । ସରକାରଙ୍କ ପକ୍ଷରୁ ତୁରନ୍ତ ଗଂଜାମ ଜିଲାକୁ ଆବଶ୍ୟକ ହେଉଥିବା ସାର ଯୋଗାଇ ଦେବାକୁ କୃଷକମାନଙ୍କ ପକ୍ଷରୁ ଦାବି ହେଉଛି ।
Related Stories
November 21, 2024
November 21, 2024