ଭୁବନେଶ୍ୱର,ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷକ, ଆଇନଜୀବୀ, ସାମ୍ବାଦିକ, ସମାଜ ସଂସ୍କାରକ, ଚିନ୍ତକ, ଦାର୍ଶନିକ, ତେଜସ୍ବୀ ବକ୍ତା, ନେତା, ସ୍ଵାଧୀନତା ସଂଗ୍ରାମୀ ତଥା ସ୍ୱରାଜର ପ୍ରଣେତା ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଶ୍ରାଦ୍ଧବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ବାଲ ଗଙ୍ଗାଧର ତିଲକଙ୍କ ବ୍ୟକ୍ତିତ୍ବ, ବିଚାର ଏବଂ ତାଙ୍କ ଦ୍ଵାରା ସ୍ଥାପିତ ପରମ୍ପରାର ପ୍ରାସଙ୍ଗକତା ଆଜି ମଧ୍ୟ ସେହିପରି ରହିଛି ।