ଭୁବନେଶ୍ୱର, ମତାକୁ ବିଜେଡି ଅବହେଳା କରିଛି । ତାଙ୍କୁ ଦଳ ଯେପରି ଗୁରୁତ୍ୱ ଦେବା କଥା ଦେଲାନି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଶ୍ୱେଶ୍ୱର ଟୁଡୁ । ଶ୍ରୀ ଟୁଡୁ କହିଛନ୍ତି ତାଙ୍କ କୁଡୁମି ସଂପ୍ରଦାୟଙ୍କୁ ବି ବିଜେଡି ଅବହେଳା କଲା । କୁଡୁମି ସଂପ୍ରଦାୟ ପାଇଁ ମମତାଙ୍କ ଦାବି ଶୁଣିଲେନି କି ତାଙ୍କ କାଗଜକୁ ଦିଲ୍ଲୀ ବି ପଠେଇଲେନି ବିଜେଡି ସରକାର । ଦଳର ଅନ୍ତଃ କନ୍ଦଳ ପାଇଁ ବିଜେଡି ଛାଡିଛନ୍ତି ମମତା ମହାନ୍ତ । ବିଜେପି କେବେ ବିଜେଡିକୁ ଭାଙ୍ଗିନି । କି ଆମର ଆବଶ୍ୟକତା ନାହିଁ । ରାଜ୍ୟସଭା ଓ ବିଜେଡିରୁ ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।
Related Stories
November 21, 2024
November 21, 2024