ଭୁବନେଶ୍ୱର – ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଓଡିଆ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ସୋମବାର ଦିନ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।
ଆଇଏଏସ ବିଜୟ କେତନ ଉପାଧ୍ୟାୟ ସୋମବାର ଭିଡିଓ କନଫରେନ୍ସିଂ ଦ୍ୱାରା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ । ଉଭୟ ପକ୍ଷର ଶୁଣାଣୀ ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ଏବଂ ସଂଧ୍ୟାରେ ଖାରଜ କରିଥିଲେ ।
ସୂଚନାଯୋଗ୍ୟ ଯେ ୨୦୦୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ଉଦ୍ୟାନ କୃଷି ବିଭାଗର ପୂର୍ବତନ ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ ଗତ ଡିସେମ୍ବର ୩୧ ତାରିଖରେ ୧ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଥିଲା । ବିଲ୍ ପାସ କରାଇ ଦେବା ପାଇଁ ଜଣେ ବ୍ୟାଙ୍କ ଅଧିକାରୀଙ୍କ ମାଧ୍ୟମରେ ଏସଆର୍ଏମ୍ ପ୍ଲାଷ୍ଟୋକେମ୍ ପ୍ରାଇଭେଟ୍ ଲିମିଟେଡ୍ ର ଅଧିକୃତ ପ୍ରତିନିଧିଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଂଚ ନେଉଥିଲେ । ଏହି ଘଟଣାରେ ଭିଜିଲାନ୍ସ ଶ୍ରୀ ଉପାଧ୍ୟାୟଙ୍କ ସହ ସଂପୃକ୍ତ ଘରୋଇ ବ୍ୟାଙ୍କର ଜଣେ ବରିÂ ଅଧିକାରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରିଥିଲା ।
ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ବିଜୟକେତନ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ·କିରିରୁ ନିଲମ୍ବିତ କରିଥିଲେ ।