ନୂଆଦିଲ୍ଲୀ– ପ୍ୟାରିସ ଅଲମ୍ପିକରେ ଭାରତ ପାଇଁ ତୃତୀୟ ପଦକ ଜିତିଥିବାରୁ ସ୍ୱପ୍ନିଲ କୁଶାଲେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ।
ରାଷ୍ଟ୍ରପତି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ପ୍ୟାରିସ ଅଲମ୍ପିକରେ କାଂସ୍ୟ ପଦକ ଜିତିଥିବାରୁ ସ୍ୱପ୍ନିଲ କୁଶାଲେଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ସେ ପୁରୁଷର 50 ମିଟର ରାଇଫଲ 3 ପୋଜିସନ ଶ୍ରେଣୀରେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ଏହା ପ୍ରଥମ ଥର ଯେ, ଭାରତର ଗୋଟିଏ ଅଲମ୍ପିକ ଖେଳାରେ ଶୁଟିଂ ଇଭେଂଟରେ ତିନୋଟି ପଦକ ଜିତିଛି । ପୂରା ଶୁଟିଂ ଟିମ୍ ଭାରତକୁ ଗୌରାବନିତ୍ୱ କରିଛନ୍ତି । ଆଗାମୀ ପ୍ରତିଯୋଗିତା ପାଇଁ ମୁଁ ଆମର ସମସ୍ତ ଖେଳାଳିଙ୍କୁ ଶୁଭକାମନା ଜଣାଉଛି । ମୁଁ କାମନା କରୁଛି ଯେ, ସ୍ୱପ୍ନିଲ କୁଶାଲେ ଭବିଷ୍ୟତରେ ଆହୁରି ପଦକ ଜିତନ୍ତୁ ।
ଉପରାଷ୍ଟ୍ରପତି ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ପ୍ୟାରିସ ଅଲମ୍ପିକ 2024ରେ ପୁରୁଷ 50 ମିଟର ରାଇଫଲ 3 ପୋଜିସନରେ କାଂସ୍ୟ ପଦକ ଜିତିଥିବା ସ୍ୱପ୍ନିଲ କୁଶାଲେଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଆପଣଙ୍କ ପ୍ରକୃତ ସମର୍ପଣ ଓ ଦୃଢତା ପୂରା ଦେଶକୁ ବିଶ୍ୱ ମଂଚରେ ଗୌରବାନିତ୍ୱ କରିଛି । ଆପଣଙ୍କ ଭବିଷ୍ୟତ ପ୍ରୟାସରେ ନିରନ୍ତର ସଫଳତା କାମନା କରୁଛି ।