ନୂଆଦିଲ୍ଲୀ, ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, ବ୍ରିଟିଶ ଶାସନ ବିରୁଦ୍ଧରେ ପୂର୍ଣ୍ଣ ସ୍ୱରାଜର ନିଆଁଜଳାଇଥିବା ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଳକଙ୍କ ରାଷ୍ଟ୍ରବାଦୀ ବିଚାର ଭାରତର ସ୍ୱତନ୍ତ୍ରତାର ମୂଳଦୁଆ ରଖିଥିଲା । ସ୍ୱଦେଶୀ, ସ୍ୱରାଜ ଓ ସ୍ଥାନୀୟ ଭାଷା ଆଧାରିତ ରାଷ୍ଟ୍ରବାଦୀ ଶିକ୍ଷାର ତାଙ୍କ ସୂତ୍ର ଏକ ନୂଆ ଜାତୀୟ ଚେତନା ଜାଗୃତ କରିଥିଲା । ତାଙ୍କ ଜୀବନ ଆମକୁ ଦେଶ ଏବଂ ସମାଜର ନବନିର୍ମାଣ ପାଇଁ ନିରନ୍ତର ପ୍ରେରିତ କରୁଥିବ । ଏଭଳି ମହାନ ଦେଶଭକ୍ତଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ କରୁଛି ।