ଭୁବନେଶ୍ୱର, ରାଜ୍ୟରେ ପ୍ରତ୍ୟେକ ସବଡିଭିଜନରେ ମୋଟ 58ଟି ଶୀତଳ ଭଂଡାର ପ୍ରତିଷ୍ଠା କରା ଯିବ । ଆଜି ପ୍ରଶ୍ନକାଳରେ କୃଷି ବିଷୟ ସମ୍ପର୍କିତ ଏକ ପ୍ରଶ୍ନର ଆଲୋଚନା ବେଳେ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମଙ୍କ ଏକ ଅତିରିକ୍ତ ପ୍ରଶ୍ନର ଉତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଖଥା କୃଷି ମନ୍ତ୍ରୀ କନକ ବର୍ଧନ ସିଂହଦେଓ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହି ଶୀତଳ ଭଣ୍ଡାର ଗୁଡିକ ପିପିପି ମୋଡରେ ତିଆରି ହେବ । ଚାଷୀ ମାନେ ସେମାନଙ୍କ ଉତ୍ପାଦକୁ ଏଥିରେ ରଖି ପାରିବେ । ସେ କହିଛନ୍ତି ଯେ ଏହାର ଅନୁଭୂତି ଆଧାରରେ ପୁଣି ଆଗକୁ ଅଧିକ ସଂଖ୍ୟାରେ ରାଜ୍ୟରେ ଶୀତଳ ଭଣ଼୍ଡାର ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ।
ଏହା ସହିତ ଶ୍ରୀ କନକ ବର୍ଧନ ସିଂହଦେଓ ପୂର୍ବତନ ସରକାର ବିରୁଦ୍ଧରେ ସାଂଘାତିକ ଅଭିଯୋଗ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ପୂର୍ବବର୍ତୀ ସରକାରରେ ଚିଟ ଫଣ୍ଡ କମ୍ପାନୀ ମାନଙ୍କୁ ଶୀତଳ ଭଣ୍ଡାର ଦାୟିତ୍ୱ ଦିଆଯାଇଥିଲା । ଯାହା ଦ୍ୱାରା ଶୀତଳ ଭଣ୍ଡାର ବୁଡି ଯାଇଛି ।