ଭୁବନେଶ୍ୱର, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଚାଷୀ ମାନଙ୍କୁ ହୋଇଥିବା କ୍ଷତି ସମ୍ପର୍କରେ ଆର ଆଇ ମାନଙ୍କ ଠାରୁ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମଗା ଯାଇଛି। ତାଙ୍କର ରିପୋର୍ଟ ରାଜ୍ୟ ସରକାରଙ୍କୁ ମିଳିବା ପରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ପଦକ୍ଷେପ ନିଆ ଯିବ । ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆଜି ପ୍ରଶ୍ନକାଳରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ଏକ ପ୍ରଶ୍ନର ଉତ୍ତର ରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ରିପୋର୍ଟ ନ ମିଳିବା କ୍ଷତିପୂରଣ ବାବଦରେ କୌଣସି ପ୍ରକାର ପଦକ୍ଷେପ ନିଆ ଯାଇ ପାରିବ ନାହିଁ । ତେବେ ରିପୋର୍ଟ ମିଳିବା ମାତ୍ରେ ନିଶ୍ଚିତ ଭାବେ ଏ ବାବଦରେ ପଦକ୍ଷେପ ନିଆ ଯିବ ବୋଲି ସେ ପ୍ରକାଶ କରିଛନ୍ତି ।