କେନ୍ଦୁଝର , ଆସନ୍ତା ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳ ଓ ଏସ.ପି. ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଅଗଷ୍ଟ ମାସ ୫ ତାରିଖ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ ରେ ହେଉଥିବା ବେଳେ ତା ପରବର୍ତି ସୋମବାର୧୨ ତାରିଖ ରେ ହରିଚନ୍ଦନପୁର ବ୍ଳକ କାର୍ଯ୍ୟାଳୟ , ୨୦ ତାରିଖ ମଙ୍ଗଳବାର ଦିନ ଚମ୍ପୁଆ ବ୍ଳକ କାର୍ଯ୍ୟାଳୟ ଠାରେ , ଏବଂ ୨୭ ତାରିଖ ମଙ୍ଗଳବାର ହାଟଡିହି ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତହେବ ବୋଲି ଜିଲ୍ଲାପାଳ କେନ୍ଦୁଝରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସଂପର୍କରେ ବିହିତ ପକ୍ଷେପ ନେବାକୁ ଜିଲ୍ଲାପାଳ ବିଶାଳ ସିଂହ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତବ୍ୟତିତ କାର୍ଯ୍ୟସୂଚୀ ଅନୁଯାୟୀ ଅଭିଯୋଗ ଶୁଣାଣୀ ସ୍ଥାନ ମାନଙ୍କରେ ଚିକିତ୍ସା , ଜାତୀୟ ସ୍ୱାସ୍ଥ୍ୟ ମିଶନ ଶ୍ରମ , ମହିଳା ଓ ଶିଶୁ ବିକାଶ , ସାମାଜିକ ସୁରକ୍ଷା , ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ , ଜଳଛାୟା , ଯୋଗାଣ ବିଭାଗ ତରଫରୁ ( ନିର୍ଦ୍ଧାରିତ ସ୍ଥାନ ମାନଙ୍କରେ ) ସଚେତନା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।
Related Stories
November 24, 2024
November 24, 2024