ନୂଆଦିଲ୍ଲୀ- ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଘୋଟାଲାରେ ଜଡିତ ସିବିଆଇ ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଓ ବିଆରଏସ ନେତା କେ କବିତାଙ୍କ ନ୍ୟାୟିକ ହେପାଜତ ଅଗଷ୍ଟ 9ଯାଏ ବୃଦ୍ଧି କରିଛନ୍ତି । ସ୍ୱତନ୍ତ୍ର ବିଚାରପତି କେବେରୀ ବାୱେଜା ଏହି ନିର୍ଦ୍ଦେଶ ଦେଇଛନ୍ତି । ତିନଜଣଙ୍କ ନ୍ୟାୟିକ ହେପାଜତ ଅବଧି ଆଜି ଶେଷ ହେବା କାରଣରୁ ଭିସି ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ସିବିଆଇ ଜୁଲାଇ 29ରେ ଏହି ମାମଲାରେ କେଜରିୱାଲଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଥିଲା ।