ଭୁବନେଶ୍ୱର, ବିଜେଡି ଶାସନ ସମୟରେ ଅନେକ ଧନୀ ଲୋକ ବିଜେଡି ନେତାଙ୍କ ଜରିଆରେ ରାସନ କାର୍ଡ ହାତେଇଛନ୍ତି । ଆଜି ବିଧାନସଭାରେ ପ୍ରଶ୍ନ କାଳରେ ଖାଦ୍ୟ ଯୋଗାଣ ବିଭାଗର ଏକ ପ୍ରଶ୍ନ ଉପରେ ଆଲୋଚନା ବେଳେ ଏକ ଅତିରିକ୍ତ ପ୍ରଶ୍ନର ଉତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ କହିଥିଲେ ଆମ ବିଭାଗ ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡ ରୁ ବାଦ ଦେଉଛନ୍ତି । ଗରିବ ଲୋକଙ୍କୁ ଏହି ତାଲିକାରୁ ବାଦ ଦିଆଯାଉନି କିମ୍ବା ଦିଆଯିବ ନାହିଁ । ଯିଏ ପ୍ରକୃତରେ ଯୋଗ୍ୟ ତାଙ୍କୁ ଏଥିରେ ନିଶ୍ଚିତ ସାମିଲ କରାଯିବ ।
ସେ କହିଛନ୍ତି ବିଜେଡି ସରକାର ସମୟରେ ରାସନ ଡିଲର ସବୁ ଖାଇ କି ଖୋଳ କରିଦେଇଛନ୍ତି । ନିର୍ବାଚନ ବେଳେ ସେଇମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁ ଥିଲେ । ଯଦି ବର୍ତ୍ତମାନ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ।