
ଭୁବନେଶ୍ୱର/ବାଲେଶ୍ୱର, ବାଲେଶ୍ବର ସହରରେ ଦିନ ଦ୍ୱିପହରରେ ଚିନତାଇ। ଲୁଟ କରି ଖସି ପଳାଇଲେ ଚୋର। ସୂଚନା ଅନୁସାରେ ବାଲେଶ୍ବର ଖଇରା ଅଞ୍ଚଳର ଜୟନ୍ତ କୁମାର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ବାଲେଶ୍ବର ସହର ସ୍ଥିତ ପୋଲିସ୍ ଲାଇନ ଛକ ନିକଟରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୭୦ ହଜାର ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ଗୃହ ସମ୍ମୁଖରେ ୨ ଜଣ ଚୋର ଏକ ବାଇକରେ ଆସି ଜୟନ୍ତଙ୍କ ପାଖରୁ ଟଙ୍କା ବ୍ୟାଗ୍ ଛଡାଇ ନେଇ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।