ଭଦ୍ରକ – ଆଜି ଭଦ୍ରକ ୧୬ନଂ ଜାତୀୟ ରାଜପଥର କହରାପୋଖରୀ ଛକ ରାସ୍ତା ପାଶ୍ୱର୍ରେ ଏକ ଟ୍ରଲର ଛିଡା ହୋଇରହିଥିଲା । ତେବେ ଅନ୍ୟ ଏକ ଟ୍ରକ୍ ଭାରସାମ୍ୟ ହରାଇ ଛିଡା ହୋଇଥିବା ଟ୍ରଲର ପଛପଟକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭରର ମୃତୁ୍ୟ ହୋଇଥିବାବେଳେ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୁଲିସ୍, ଅଗ୍ନିଶମ ବାହିନୀ ପହଞ୍ଚô ଟ୍ରକ୍ ମଧ୍ୟରୁ ଡ୍ରାଇଭରଟିର ମୃତ ଶରୀରକୁ ଉଦ୍ଧାର କରିଛି । ଏହି ଘଟଣାରେ ଭଣ୍ଡାରିପୋଖରୀ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି ।
Related Stories
November 24, 2024
November 24, 2024