
ଭୁବନେଶ୍ୱର, ଉପାନ୍ତ ଓ ପାହାଡିଆ ଅଞ୍ଚଳର ଲୋକ ମାନେ ଚାଉଳ ନେବାକୁ ଦୂରକୁ ଯିବାକୁ ପଡୁଥିବା ଓ ଏଥି ପାଇଁ ସେମାନଙ୍କୁ ଅର୍ଥ ଓ ସମୟ ଖର୍ଚ କରିବାକୁ ପଡୁଥିବାରୁ ଏହାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା । ଶୂନ୍ୟକାଳରେ ଖାଦ୍ୟ ଯୋଗାଣ ବିଭାଗ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ବେଳେ କୋରାପୁଟ ଜିଲ୍ଲାରେ ଏଭଳି ସମସ୍ୟା ଆସୁଥିବା ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା ।
ଏହାର ଉତରରେ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଯେ ଏବେ ଘରେ ବସି ଚାଉଳ ପାଇପାରିବେ ରାସନ କାର୍ଡ ହିତାଧିକାରୀ ।
ଯେଉଁମାନେ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କୁ ଘରେ ଚାଉଳ ପଂହଁଚାଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ସେହିଭଳି ଯେଉଁ ମାନଙ୍କ ବୟସାଧିକ କାରଣ ଯୋଗୁଁ ଟିପ ଚି଼ହ୍ନ କାମ କରୁନାହିଁ ସେମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆପ ଆଣିବେ ।