
ଭୁବନେଶ୍ୱର, କେରଳ ୱାୟନାଡାରେ ଭୂସ୍ଖଳନ ଘଟଣା। କଟକ ଚୌଦ୍ଵାର ଡାକ୍ତରଙ୍କର ମିଳୁନି ପତ୍ତା । ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଡାକ୍ତର ବିଷ୍ଣୁପ୍ରସାଦଙ୍କ କୌଣସି ସୂଚନା ମିଳିପାରି ନାହିଁ। ପତ୍ନୀ ପ୍ରିୟଦର୍ଶିନୀଙ୍କର ୱାୟନାଡ ମେଡ଼ିକାଲ ଚିକିତ୍ସା ଚାଲିଛି। ୱାୟନାଡ ମେଡ଼ିକାଲ ପହଞ୍ଚିଛନ୍ତି ବିଷ୍ଣୁପ୍ରସାଦଙ୍କ ପରିବାରବର୍ଗ। ତେବେ ତାଙ୍କ ପୁଅ ବିଷ୍ଣୁ ପ୍ରସାଦ ଫେରିଆସୁ ବୋଲି ବାପା ପ୍ରମୋଦ କୁମାର ଚିନାରା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ହିଲ୍ ଷ୍ଟେସନ ଯିବାକୁ ମନା କରିଥିଲି । ବିଷ୍ଣୁ ପହଁରା ଶିଖିନାହିଁ । ଦୁଇ ବର୍ଷ ହେବ ଉଭୟଙ୍କ ବିବାହ ହୋଇଥିଲା । ବୋହୂ ସହ ସକାଳେ କଥା ହୋଇଛି । ବୋହୂ କହିଲେ ଅଘଟଣ ବେଳେ ପୁଅ ତା ହାତ ଧରିଥିଲା ହେଲେ କେଉଁଆଡେ ଗଲା ଆଉ ଜାଣିନାହିଁ । ବିଷ୍ଣୁର ଜନ୍ମଦିନ ୨୭ ଜୁଲାଇରେ ଥିଲା । ଖାଲି ମୋ ପୁଅ ନୁହଁ ଯିଏ ବି ନିଖୋଜ ଅଛନ୍ତି ଫେରିଆସନ୍ତୁ ପ୍ରଭୁ ପାଖରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ବିଷ୍ଣୁଙ୍କ ବାପା ।