ଭୁବନେଶ୍ୱର, ନିର୍ବାଚନରେ ପରାଜିତ ହେବା ପରେ ମଧ୍ୟ ପ୍ରକଳ୍ପ ଉଦଘାଟନ ରେ ପୂର୍ବତନ ମନ୍ତ୍ରୀ ଉପସ୍ଥିତ ଓ ନାମ ଫଳକ ରେ ନାମ ରହିବା ନେଇ ଭୁବେନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଗୃହ ରେ ଉଦବେଗ ପ୍ରକାଶ କରିଛନ୍ତି ।
ଆଜି ଶୂନ୍ୟକାଳରେ ଶ୍ରୀ ସିଂହ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ରାଜ୍ୟରେ ସରକାର ରୁ ଗଲା ପରେ ବି ବିଜେଡି ବିଧାୟକ ହ୍ୟାଙ୍ଗ ଓଭର ଯାଇନି । ସାଇନ ବୋର୍ଡ ରେ ନାମ ଲେଖିବା ପାଇଁ ଆଗ୍ରହୀ । ରାଜ୍ୟ ରାଜଧାନୀ ରେ ଘଟିଛି ଏଭଳି ଘଟଣା ।
ସେ କହିଛନ୍ତି ଯେ, ଲକ୍ଷ୍ମୀ ସାଗର ମଶାଣି ଉଦଘାଟନ କରିବା ପାଇଁ ପଂହଁଚି ଥିଲେ ପୂର୍ବତନ ମନ୍ତ୍ରୀ । ସାଙ୍ଗରେ ଥିଲେ ମେୟର ଓ ଅଫିସର । ବୋର୍ଡ ରେ ବଡ଼ ବଡ଼ ଭାବେ ଲେଖା ଥିଲା ତାଙ୍କ ନାମ । ଲୋକ ପ୍ରତ୍ୟାଖ୍ୟାନ କରିବା ପରେ ବି ଫଳକ ରେ ନାମ ଲେଖିବା ନେଇ ଆଗ୍ରହୀ | କେତେ ବୋର୍ଡ ଅଛି ଲେଖିବା ପାଇଁ କୁହନ୍ତୁ ତା ପରେ ଆମେ ସରକାର ରେ ବସିବୁ । ବର୍ତ୍ତମାନ ଛାୟା ନା ବାୟା ସରକାର ଗଢିଛି ବିଜେଡି । ସେ କହିଛନ୍ତି ଯେ ଏହାର କିଭଳି ପୁନରାବୃତ୍ତି ନ ହେବ ତା ଉପରେ ଧ୍ୟାନ ଦିଆ ଯାଉ ।