ମାଲକାନଗିର– ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତ ଏମଭି – ୦୭ ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ରାଜ୍ୟ ସ୍ତରୀୟ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିବିର ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରରକୁ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଉଦଘାଟନ କରିଥିଲେ ଏଥିରେ ପ୍ରାୟ ୧୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଶେଷ ଦିନରେ ପ୍ରଶିକ୍ଷାର୍ଥୀଙ୍କୁ ଜିଲ୍ଲା ଅଗ୍ନିଶମ ବିଭାଗର ଅଗ୍ନିଶମ ଅଧିକାରୀ କମଲ ଲୋଚନ ଗୌଡ଼ ନିଆଁ ଲିଭା କୌଶଳକୁ ବିସ୍ତୃତ ଭାବରେ ଶିଖାଇବା ସହିତ କିପରି ବିପର୍ଯ୍ୟୟ ସମୟରେ ବଡ଼ ବଡ଼ ପଡ଼ିଥିବା ଗଛ ଦ୍ୱାରା ରାସ୍ତା ଅବରୋଧ ହଟାଯିବ ପାଣିରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ ଶିଖାଇ ଥିଲେ । ପରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସଚିନ ପାୱାର ମୁଖ୍ୟବକ୍ତା ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ଡଃ ରଂଜନ କୁମାର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ, ରାଜ୍ୟ ଜୁନିୟର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡ଼ିଆ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧାନୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ କାର୍ତିକ ଚନ୍ଦ୍ର ବେହେରା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏ ଇଶ୍ୱର ରାଓ, ଜେଆର ସି ଅଫିସର ନବରଙ୍ଗପୁର ନାରାୟଣ ପାଇକରାୟ, ଜିଲ୍ଲା ଜେ ଆର.ସି ଅଫିସର ରଶ୍ମିରଂଜନ ଜେନା ଓ ମାଲକାନଗିରି ବ୍ଲକ ଜେ ଆର ସି ସଂଯୋଜକ ନିରଂଜନ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତେ ସମାଜରେ ଅନ୍ୟର ସେବାର ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଚାରୋଟି ଜିଲ୍ଲାରୁ ମୋଟ ସତୁରି ଜଣ ପରାମର୍ଶ ଦାତା ଯୋଗଦାନ କରିଥିବା ଏହି ତିନି ଦିନିଆ ଶିବିରରେ ପ୍ରାଥମିକ ଚିକିତ୍ସା ରକ୍ତଦାନ, ଏଡ଼ସ ନିୟନ୍ତ୍ରଣ , ଜଳବାୟୁ ପରିବର୍ତନ, ଅଗ୍ନି ନିର୍ବାପନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା ।
Related Stories
September 19, 2024
September 19, 2024