ଜୟପୁର , କୋରାପୁଟ ଜିଲ୍ଲା ଜୟପୁର ଠାରେ ସ୍ୱାସ୍ଥ୍ୟ ବିଭାଗ ଏବେ ଆକ୍ସନ ମୁଡରେ । ଜୟପୁରର ପାରାବେଡା ସ୍ଥିତ ସ୍ଥାନୀୟ ଶ୍ରୀରାମ କୋଲନୀ ନିକଟରେ ଥିବା ଏକ ଘରୋଇ କ୍ଲିନିକ୍ ରେ ଜନସ୍ୱାସ୍ଥ୍ୟ ଅଧିକାରୀ ନୀଳମାଧବ ଶତପଥୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ମଙ୍ଗଳବାର ରାତିରେ ଚଢ଼ାଉ କରିଥିଲେ । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଅଧିନରେ ସମସ୍ତ ବିପିଏଲ ଶ୍ରେଣୀରେ ଆସୁଥିବା ଗର୍ଭବତୀ ମାଆ ମାନଙ୍କୁ ମାଗଣାରେ ଅଲଟ୍ରାସାଉଣ୍ଡ କରାଯାଉଛି କି ନାହିଁ,ତା ସହିତ ପରୀକ୍ଷା କରାଯାଇଥିବା ରିପୋର୍ଟ ସଠିକ୍ ଭାବେ ପ୍ରଦାନ କରାଯାଉଛି କି ନାହିଁ ଏବଂ ଅଲଟ୍ରାସାଉଣ୍ଡ ନିମନ୍ତେ କେତେ ଟଙ୍କା ନିଆଯାଉଛି ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଏହି ଟିମ୍ ତଥ୍ୟ ଯାଞ୍ଚ୍ କରିଥିଲା । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନାର ସୁଫଳ ଗର୍ଭବତୀଙ୍କ ନିକଟରେ ପହଞ୍ଚି ପାରୁଛି ନା ନାହିଁ ତାହାର ଯାଞ୍ଚ୍ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଆସିଥିବା ଜନସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଯାଞ୍ଚ୍ ସମୟରେ ଜନ ସ୍ୱାସ୍ଥ୍ୟ ବିଭାଗର ସହକାରୀ ପ୍ରବନ୍ଧକ ସୂର୍ଯ୍ୟ ନାରାୟଣ ମହାପାତ୍ର ଉପସ୍ଥିତ ରହିଥିଲେ । ଯାଞ୍ଚ୍ ରେ ସମସ୍ତ ପ୍ରାୟ ସବୁ ବ୍ୟବସ୍ଥିତ ଥିବା ଜନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ନୀଳମାଧବ ଶତପଥୀ ପ୍ରକାଶ କରିଛନ୍ତି । ଜୟପୁର ସ୍ଥିତ ସ୍ଥାନୀୟ ଶ୍ରୀରାମ କୋଲନୀ ନିକଟରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡଃ ସସ୍ମିତା ଦାସଙ୍କ ଠାରୁ ସମସ୍ତ କାଗଜ ପତ୍ର ନିରିକ୍ଷଣ କରି ସ୍ୱାସ୍ଥ୍ୟ ବିଭାଗ ଫେରିଛି ।
Related Stories
September 19, 2024
September 19, 2024