
ହରିଚନ୍ଦନପୁର– କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ମହାନ୍ତ ଚାକିରୀରୁ ଅବସର ଗ୍ରହଣ କରିଥିବାରୁ ତାଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ହୋଇ ପ୍ରାରମ୍ଭରୁ ମା ତାରିଣୀଙ୍କ ଫଟୋଚିତ୍ର ରେ ପୂଜା ଅର୍ଚ୍ଚନା କରି ଦୀପ ପ୍ରଜ୍ୱଳନ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି, ସଭ୍ୟ ବୃନ୍ଦ ଏବଂ ବ୍ଲକ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକଙ୍କ ସହ ପୁରାତନ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏଥିସହ ବିଧାୟକଙ୍କ ସହ ବିଧାୟକ ପ୍ରତିନିଧି ଶିରିଷି ଚନ୍ଦ୍ର ସାହୁ, ସଞ୍ଜିବ କୁମାର ସାହୁ, ଉତ୍ତମ କୁମାର ସାହୁ, ସାରଙ୍ଗ ନାଏକ, ସୌମ୍ୟକାନ୍ତ ସାହୁ, ଅନନ୍ତ କୁମାର ସାହୁ, ଅଭିମନ୍ୟୁ ସାହୁ, ଚତୃଭୂଜ ସାହୁ, ମଣିଚରଣ ମୋଦି, ପ୍ରୀତ୍ତମ କୁମାର ସାହୁ, ବାବୁଲି କୁମାର ସାହୁଙ୍କ ସମେତ ବହୁ କାର୍ଯ୍ଯକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶହଶହ ଛାତ୍ରଛାତ୍ରୀଙ୍କ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ସହ ଶିକ୍ଷାବିତ ଯୋଗ ଦେଇଥିଲେ ।