ଗଂଜାମ– ବ୍ରହ୍ମପୁର ଉପକଣ୍ଠରେ ଥିବା ବ୍ରଜନଗର ତୃତୀୟ ଲେନ୍ ଲୋଚାପଡା ପଂଚାୟତ ଅଧିନରେ ରହିଛି । ରାଧାକୃଷ୍ଣ ମନ୍ଦିର ଉତ୍ତରପାଖ ଠାରୁ ନୂଆ ବସଷ୍ଟେଣ୍ଡ ଯାଏ ଦେଢକିଲୋମିଟର ବ୍ଯାପି ପକ୍କା ସଡକ ରହିଛି। ବର୍ତ୍ତମାନ କେତକ ବ୍ଯକ୍ତି ନିଜର ଫାଇଦା ଓ ରାଜନୈତିକ ଦୃଷ୍ଟି ଭଂଗୀ ନେଇ ବିଇଏମସିଓ ପୂର୍ବତନ ଗୋପାଳ ପୁର ବିଧାୟକଙ୍କ ଉପରେ ସହରତଳି କିୟାନୁଷ୍ଠାନ କମିଟି ନାମରେ ଚାପ ପକାଇ ପୁଣି ବ୍ରଜନଗର ତୃତୀୟ ଲେନ୍ ଦକ୍ଷିଣ ଧାଡିରେ ପୂର୍ବ ରୋଡକୁ ଲଗାଇ ଆଉଏକ ରୋଡ ନିର୍ମାଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଗତ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ବିଧାୟକଙ୍କ ଦ୍ଵାରା ରୋଡ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି । ତେବେ ବିଇଏମସି ପଂଚାୟତ ଅଂଚଳରେ କିପରି ଅର୍ଥ ଖର୍ଚ୍ଚ କରିରୋଡ ନିର୍ମାଣ ଅଯଥାରେ କରିବ, ଏହାସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।ବିଭାଗୀୟ କର୍ତୁପକ୍ଷ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
Related Stories
November 29, 2024