ମାଲକାନଗିରି, ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ୧୧ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକ ଅଧୀନରେ ବଣ୍ଡାଘାଟି ରହୁଥିବାରୁ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ ଏହି ବ୍ଲକ । କିନ୍ତୁ, ବର୍ତ୍ତମାନ ଆଶ୍ଚର୍ଯ୍ୟର କଥା ଯେ, ୧୧ଟି ପଞ୍ଚାୟତକୁ ବର୍ତମାନ ୨ ଜଣ ଯନ୍ତ୍ରୀ ଏହି ବ୍ଲକକୁ ସମ୍ଭାଳିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯନ୍ତ୍ରୀମାନେ କେମିତି କାମକୁ ପରଖୁଥିବେ। ଦୁଇ ଯନ୍ତ୍ରୀ ହେଉଛନ୍ତି ସମୀର ଦାସ ଓ ଅନିଲ ଓ କୁମାର ମାଝୀ । ଏହି ଦୁଇ ଯନ୍ତ୍ରୀ ମଧ୍ୟ ୮ବର୍ଷରୁ ଅଧିକ ବର୍ଷ ହେଲାଣି ଖଇରପୁଟ ବ୍ଲକ୍ରେ ହିଁ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ଆଉ ଜଣେ ଶିକ୍ଷା ବିଭାଗର ଯନ୍ତ୍ରୀ ବ୍ଲକ ସହ ଜଡିତ ଥିଲେ କିନ୍ତୁ ସେ କେବଳ ବିଦ୍ୟାଳୟ ଗୁଡ଼ିକର କାମ ଗୁଡିକ ତଦାରଖ କରିବେ ଏବଂ ଆଉ ଜଣେ ପାନୀୟ ଜଳ ବିଭାଗର ଯନ୍ତ୍ରୀଙ୍କୁ ଗୋଟିଏ ପଞ୍ଚାୟତର ଦାୟିତ୍ବ ଦିଆଯାଇଛି । କିନ୍ତୁ, ପାନୀୟ ଜଳ ବିଭାଗର ଦାୟିତ୍ଵ ଅଧିକ ରହୁଥିବାରୁ ଉକ୍ତ ଯନ୍ତ୍ରୀଙ୍କୁ ମଧ୍ୟ ବହୁ ବାଧା ହେଉଛି। ପାନୀୟ ଜଳ ଯୋଗାଣ ବିଭାଗର ଆଉ ଜଣେ ଯନ୍ତ୍ରୀ ମଧ୍ୟ ଅଛନ୍ତି କିନ୍ତୁ ସେ ନିଜ ବିଭାଗ ଛଡ଼ା ଅନ୍ୟ କୌଣସି ବିଭାଗରେ କାମ କରିବା ପାଇଁ ନାରାଜ । ଏତେ ବର୍ଷ ହେଲାଣି ସେ ଅନ୍ୟ କେଉଁ ପଞ୍ଚାୟତର ମଧ୍ୟ ବ୍ଳକ୍ ଯନ୍ତ୍ରୀ ଭାବେ ନିୟୋଜିତ ହୋଇନାହାନ୍ତି । ଏଠି ପ୍ରଶ୍ନ ଉଠୁଛି ଗୋଟିଏ ବ୍ଲକରେ ଏତେ ବର୍ଷ ହେଲାଣି କିଭଳି ଯନ୍ତ୍ରୀମାନେ କାର୍ଯ୍ୟରତ ଅଛନ୍ତି । ଗତ କିଛି ବର୍ଷ ତଳେ ମାଥିଲି ବ୍ଲକର କନିଷ୍ଠ ଯନ୍ତ୍ରୀ ନୟନ ସରକାରଙ୍କୁ ଖଇରପୁଟ ବ୍ଳକକୁ ବଦଳି ହୋଇଥିଲା କିନ୍ତୁ ସେ ନଯାଇ ମାଥିଲିରେ ରହିଛନ୍ତି। ମାଥିଲି ବ୍ଲକରେ ତାଙ୍କୁ ୬ ରୁ ୭ ଟି ପଞ୍ଚାୟତର ଦାୟିତ୍ଵ ଦିଆଯାଇଛି। କନିଷ୍ଠ ଯନ୍ତ୍ରୀ ମାନଙ୍କ ବଦଳି ନ ହେବା ପଛରେ କୌଣସି ଉଚ୍ଚଅଧିକାରୀଙ୍କ ହାତ ରହିଛି ତାହା ଏଠି ପ୍ରଶ୍ନ ଉଠୁଛି । ଖଇରପୁଟ ବ୍ଲକରୁ ବିଭିନ୍ନ ସମୟରେ ଠିକ୍ ସମୟରେ ବିଲ୍ ନହେବା ଅଭିଯୋଗ ଆସେ ଯାହାର ମୁଖ୍ୟ କାରଣ ଏହା । ବ୍ଲକ୍ର ୧୧ଟି ପଞ୍ଚାୟତରୁ ୬ଟି ପଞ୍ଚାୟତର ଅଧିକ ଗାଁ ଘାଟି ଅଞ୍ଚଳ। ସେଥିରୁ ୪ଟି ପଞ୍ଚାୟତ ବଡ଼ଡୁ ରାଲ, ମାଡ଼କପଦାର, ମୁଦୁଲିପଡ଼ା, ଅଣ୍ଡରାହାଲ ସମ୍ପୂର୍ଣ ଘାଟି ଅଞ୍ଚଳ। ଯଦି ଜଣେ ଯନ୍ତ୍ରୀ ଗୋଟିଏ ଗାଁକୁ ବି ବୁଲିବାକୁ ଯିବେ ତାଙ୍କର ଦିନ ସରିଯିବ । ତେଣୁ ବିଭିନ୍ନ ସମୟରେ ଘାଟି ଅଞ୍ଚଳରୁ ଦୁର୍ନୀତିର ଖବର ସାମ୍ନାକୁ ଆସେ । କାରଣ ଉକ୍ତ କାମଗୁଡ଼ିକୁ ଠିକ୍ ଭାବେ ତଦାରଖ କରିପାରନ୍ତିନି ଯନ୍ତ୍ରୀ । ତେଣୁ ଉପଯୁକ୍ତ ଯନ୍ତ୍ରୀ ଖଇରପୁଟ ବ୍ଳକକୁ ଦେବାକୁ ଅନୁରୋଧ କରିଛନ୍ତି ବ୍ଲକ୍ ବାସି।
Related Stories
November 29, 2024