ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ୱାୟନାଡାରେ ଆଜି ବର୍ଷା ଓ ଭୂସ୍ଖଳନ ହୋଇଥିବା ଧନଜୀବନ କ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ, ୱାୟନାଡାର କିଛି ଅଂଚଳରେ ହୋଇଥିବା ଭୂସ୍ଖଳନ ଯୋଗୁ ବ୍ୟଥିତ ହୋଇଛି । ମୋର ସମବେଦନା ପ୍ରିୟଜନଙ୍କୁ ହରାଇଥିବା ପରିଜନଙ୍କ ସହିତ ରହିଛି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ୱାୟନାଡାରେ ରେସକ୍ୟୁ ଅପରେସନ ଜାରି ରହିଛି । ଏହି ସଂପର୍କରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହିତ ଆଲୋଚନା ହୋଇଛି । ସେ କେରଳର ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ ଯଥାସମ୍ଭବ କେନ୍ଦ୍ରୀୟ ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି । ଏବେ ସୁଦ୍ଧା ଖବର ଅନୁସାରେ କେରଳର ୱାୟନାଡା ଜିଲ୍ଲାରେ ବର୍ଷା ଯୋଗୁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଆଜି ଭାରରେ ଭୂସ୍ଖଳନରେ ଶହେରୁ ଅଧିକ ଲୋକ ଫସିରହିଥିବାର ଆଶଙ୍କା ରହିଛି । ଭୂସ୍ଖଳନରେ ଫସିଥିବା ଲୋକଙ୍କ ମଧ୍ୟରୁ 5ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଦୁଇଜଣ ପିଲା ବି ଅଛନ୍ତି । ବାୟୁସେନାର ଦୁଇଟି ହେଲିକପ୍ଟର ବି ରେସକ୍ୟୁ ଅପରେସନରେ ବ୍ୟବହୃତ ହୋଇଛି ।