
ପ୍ୟାରିସ– ଆର୍ଟିଷ୍ଟିକ ଜିମନାଷ୍ଟିକ୍ସରେ ପୁରୁଷଙ୍କ ଟିମ୍ ଇଭେଂଟରେ ଚମତ୍କାର ବିଜୟ ସହିତ ଜାପାନ ସୋମବାର ଅଲମ୍ପିକ ଖେଳରେ ପଦକ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ଜିମ୍ନାଷ୍ଟିକକ୍ସରେ ସ୍ୱର୍ଣ୍ଣ ପଦକ ବିଜୟ ସହିତ ଜାପାନ ଖାତାରେ 6ଟି ସ୍ୱର୍ଣ୍ଣ ପଦକ ସହ ମୋଟ 12ଟି ପଦକ ହୋଇଛି ଏବଂ ଜାପାନ ଶୀର୍ଷରେ ପହଂଚିଯାଇଛି । ରବିବାର ପ୍ରତିଯୋଗିତା ଅନ୍ତରେ ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ପଂଚମ ସ୍ଥାନକୁ ଖସିଥିବା ବେଳେ ଚୀନ, ଦକ୍ଷିଣ କୋରିଆ ଓ ଆୟୋଜକ ଫ୍ରାନ୍ସ ଆଗକୁ ଉଠିଛନ୍ତି । ରବିବାର ମହିଳାଙ୍କ ମଧ୍ୟରେ 10 ଏମଏମ ଏୟାର ପିସ୍ତଲ ସୁଟର ମନୁ ଭାକର କାଂସ୍ୟ ପଦକ ଜିତିଥିବା ବେଳେ ଭାରତ 25ତମ ସ୍ଥାନରେ ରହିଛି ।