
ସେକ୍ରାମେଂଟୋ– ସଂଯୁକ୍ତ ରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ଅଂଚଳରେ ସୋମବାର ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପର ପ୍ରଭାବ ଲସଏଜଲସ ଯାଏ ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.9 ରେକର୍ଡ ହୋଇଛି । ଭୂକମ୍ପର କେନ୍ଦ୍ର ବେରଷ୍ଟୋ ନିକଟରେ ବୋଲି ଜଣାପଡିଛି । ସଂଯୁକ୍ତ ରାଷ୍ଟ୍ର ଆମେରିକାର ଭୂପୃଷ୍ଠ ସର୍ବେକ୍ଷଣ ମୁତାବକ, ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହର ପ୍ରାୟ ଗୋଟାଏ ବେଳେ ଭୂକମ୍ପ ଅନୁଭୂତ ହୋଇଥିବା ଆରମ୍ଭ ହୋଇଥିଲା । ଏହାର କେନ୍ଦ୍ର ମାଟି ଠାରୁ ପାଂଚ ମାଇଲ ତଳେ । ଭୂକମ୍ପର ପ୍ରଭାବ ସେନ ବର୍ନାର୍ଡିଗୋ କାଉଂଟି ବ୍ୟତୀତ ଲସଆଞ୍ଜେଲସ, କେର୍ନ ରିଭରସାଇଟ ଓ ଅରେଂଜ କାଉଂଟିରେ ଦେଖିବାକୁ ମିଳିଛି ।