
ନୂଆଦିଲ୍ଲୀ– ହାୱଡାରୁ ମୁମ୍ବାଇ ଯାଉଥିବା ସିଏସଏମଟି ଏକ୍ସପ୍ରେସ ଗତକାଲି ମଧ୍ୟରାତ୍ରୀରେ ଝାରଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମେଲ୍ ଟ୍ରେନର ଅନେକ ଡବା ଲାଇନଚ୍ୟୁତ ହୋଇଛି । ପ୍ରାରମ୍ଭିକ ସୂଚନା ମୁତାବକ ଦୁର୍ଘଟଣାରେ 6ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଯାତାୟତ ପ୍ରଭାବିତ ହୋଇଛି । ଦୁର୍ଘଟଣା କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ରେଳ ଦୁର୍ଘଟଣା ଝାରଖଣ୍ଡର ଚକ୍ରଧରପୁର ମଣ୍ଡଳର ରାଜଖରସଭାନ ପଶ୍ଚିମ ଆଉଟର ଓ ବଡାବାଂବୁ ମଧ୍ୟରେ ହୋଇଛି । ସୂତ୍ର ମୁତାବକ ହାୱଡା-ମୁମ୍ବାଇ ଏକ୍ସପ୍ରେସ ନିଜ ନିର୍ଦ୍ଧାରିତ ସମୟରୁ ପ୍ରାୟ 3ଘଂଟା ବିଳମ୍ବ 2.37 ମିନିଟ ସମୟରେ ଟାଟାନଗର ଷ୍ଟେସନରୁ ବାହାରିଥିଲା । ଚକ୍ରଧରପୁର ପହଂଚିବା ପୂର୍ବରୁ ହିଁ ଏହା ଲାଇନଚ୍ୟୁତ ହୋଇ ନିକଟରେ ଲାଇନରେ ଯାଉଥିବା ଏକ ମାଲଗାଡିରେ ଚାପି ହୋଇଯାଇଥିଲା ।