ଭୁବନେଶ୍ୱର, ବାଲେଶ୍ୱର ବିଧାୟକ ମାନସ ଦତ୍ତ ଆଜି ଗୃହରେ ବାଲେଶ୍ୱରର ବିରଲା ଟାୟାର କମ୍ପାନୀ ପ୍ରସଙ୍ଗ ଉଠାଇଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ଦତ୍ତ କହିଛନ୍ତି ଯେ, ବିରଲା ଟାୟାର ହେଉଛି ବାଲେଶ୍ୱରର ଜୀବନ ରେଖା । ହେଲେ ଭୁଲ ଶିଳ୍ପ ନୀତି କାରଣରୁ ଏହି ଶିଳ୍ପ ବନ୍ଦ ହୋଇଯାଇଛି । ଏହା ଦ୍ୱାରା 35 ଶହ ଶ୍ରମିକ ମାନଙ୍କ ପରିବାରର ଜୀବନ ଜୀବିକାର ସମସ୍ୟା ସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କ ରିହାବିଲିଟେସନ ସ୍କିମରେ ଏହି ଶିଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦୁଇଟି କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିବା ବେଳେ ସେମାନେ ଶ୍ରମିକ ମାନଙ୍କ କଥା ବୁଝୁ ନାହାନ୍ତି । ତେଣୁ ସରକାରଙ୍କ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରି ସେଠାକୁ ପରିଦର୍ଶନ କରିବା ପାଇଁ ନେବାକୁ ଶ୍ରୀ ଦତ୍ତ ଦାବି କରିଛନ୍ତି ।