
ଭୁବନେଶ୍ୱର, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଆଜି ବିଧାନସଭାରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପ୍ରଦାନ ମାନ୍ୟତା ଓ ପୋଲାଭରମ ପ୍ରସଙ୍ଗ ଉଠାଇଛନ୍ତି । ସେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୀତି ଆୟୋଗ ବୈଠକରେ ଏହି ପ୍ରସଙ୍ଗ ଉଠାଇଛନ୍ତି ନା ନାହିଁ ସେ ସମ୍ପର୍କରେ ଗୃହରେ ବକ୍ତବ୍ୟ ଦେବାକୁ ଦାବି କରିଛନ୍ତି ।