
ଭୁବନେଶ୍ୱର,ରାଜ୍ୟର ବିଭିନ୍ନ ଅଂଚଳରେ ବାଲି ଚୋରୀ ଓ ପ୍ରବଳ ରାଜସ୍ୱ ହାନୀ ହେଇଥିବା ପ୍ରସଙ୍ଗ ଆଜି ଗୃହରେ ଉଠିଛି । ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ସାରା ରାଜ୍ୟରେ ବାଲି ଚୋରୀ ହେଉଛି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ହାନି ଘଟୁଛି । ତେଣୁ ଏଭଳି ବାଲି ମାଫିଆ ମାନଙ୍କର ଦୌରାତ୍ମ୍ୟ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।