
ପଟ୍ଟାମୁଣ୍ଡାଇ , ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନକୁ ସ୍ଥଳ ଭାଗରେ ସଂଯୋଗ କରୁଥିବା ରାଜନଗର- ଡାଙ୍ଗମାଳ ଏକମାତ୍ର ରାସ୍ତା।ଏହି ରାସ୍ତା କାମ ପାଇଁ ୨୦୨୨ ମସିହାରେ ଟେଣ୍ଡର ମାଧ୍ୟମରେ ୯ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ଅଗଷ୍ଟ ୨୦୨୩ ସୁଦ୍ଧା ସାରିବା ପାଇଁ ଠିକାଦାର ସହ ଚୁକ୍ତିକରାଯାଇଥିଲା। ରାସ୍ତା ନିର୍ମାଣ ଅବଧି ୧୧ମାସ ତଳୁ ପୂରି ସାରିଲାଣି। ମାତ୍ର ୯ କିମି ରାସ୍ତାରୁ ସମୁଦାୟ ୧ କିମି ରାସ୍ତା କାମ ଏଯାଏ ସମ୍ପୂର୍ଣ୍ଣ ହୋଇପାରିନି।ମଝିରେ ମଝିରେ ରାସ୍ତା କାମ କରି ଠିକାଦାର ମାସେ ଦୁଇ ମାସ ପାଇଁ ଗାଏବ ହେଇଯାଉଛି l ଏଣେ ଖଣ୍ଡିଆଖାବରା ରାସ୍ତାରେ ଦେଶବିଦେଶର ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ଲୋକେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ଓ ହସ୍ପିଟାଲକୁ ଆସୁଥିବା ରୋଗୀନାହିଁ ନ ଥିବା ହିନସ୍ତା ଭୋଗୁଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନର ମୁଖ୍ୟଫାଟକ ନିକଟରୁ ରାସ୍ତାକୁ ଚଉଡା କରି କଂକ୍ରିଟକରଣ କାମ ବର୍ଷେ ତଳୁ ଆରମ୍ଭ ହୋଇଥିଲା। ଆଜି ସୁଦ୍ଧା ଜାତୀୟ ଉଦ୍ୟାନର ମୁଖ୍ୟ ଫାଟକରୁ ମା’ ଜୟଦୁର୍ଗାଙ୍କ ଗେଟ୍ ଯାଏ ୫ଶହ ମିଟର ରାସ୍ତାକାମ କାମ ସରିଥିବା ବେଳେ ଅବଶିଷ୍ଟ ରାସ୍ତା
ମଧ୍ୟରୁ ୫ଶହ ମିଟର କାମ ବି ସରିନି।ଜାତୀୟ ଉଦ୍ୟାନ ମୁଖ୍ୟ ଫାଟକରୁ ନଳିତାପାଟିଆ ଯାଏ ରାସ୍ତାକୁ କଂକ୍ରିଟକରଣ କରାଯିବ ଓ ନଳିତାପାଟିଆରୁ ଖୋଳା ଯାଏ ରାସ୍ତା ର ପିଚୁ କରିବା ପାଇଁ
ବ୍ୟୟବରାଦ ରହିଛି। ଏହି ରାସ୍ତା ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ସହିତ ୮ଟି ପଂଚାୟତର ଲୋକେ ଯା’ଆସ କରିଥାନ୍ତି | ମାତ୍ର ଠିକାଦାର ମାସେ ଦୁଇମାସ ଅନ୍ତରରେ ୫୦/୧୦୦ ମିଟର ଢଳେଇ କାମ କରି ଛୁ’ ମାରିବା ଯୋଗୁଁ ରାସ୍ତା ଯାତାୟତ ଅନୁପଯୋଗୀ ହୋଇପଡିଛି । ଠିକାଦାର କେଉଁଠିରାସ୍ତା ଖୋଳି ଦେଇଛନ୍ତି ତ, ଆଉ କେଉଁଠି ଗୋଟିଏ ପାର୍ଶ୍ଵରେ ଢଳେଇକରି ଆର ପାର୍ଶ୍ଵକୁ ଖାଲୁଆ କରି ଛାଡି ଦେଇଛନ୍ତି। ପରିସ୍ଥିତି ଏପରି ହୋଇଛି,ମୁଖ୍ୟ ଫାଟକ ଯାଏ ପର୍ଯ୍ୟଟକଙ୍କ ଗାଡି ଯାଇପାରୁନି l ଅନ୍ୟପଟେ ବର୍ଷାଦିନେ ଏହି ରାସ୍ତାରେ ଅଧିକାଂଶ ସ୍ଥାନରେ ଖାଲ ହୋଇ ପାଣି ଜମି ରହିଛି । ଏପଟେ ୩ ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବା ପରେ ଅଗଷ୍ଟ ୧ରୁ ଖୋଲିବାକୁଯାଉଛି। ଏହି ଖାଳ ଦିପ ରାସ୍ତାରେ ଦେଶ ବିଦେଶର ପର୍ଯ୍ୟଟକ ଭିତରକନିକାକୁ
କିପରି ଆସିବେ, ତାହା ବଡ ସମସ୍ୟା ସୃଷ୍ଟି କରିଛି। ଏ ସଂପର୍କରେ ରାସ୍ତା ନିର୍ମାଣଦାୟିତ୍ବରେ ଥିବା ରାସ୍ତା ଓ କୋଠାବାଡି ସବଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ପଚାରିବାରୁ ଠିକାଦାର କାମ କରୁନି। ଏ ନେଇ ତାଙ୍କୁ
ବାରମ୍ବାର ଚିଠି ଲେଖା ଗଲେ ମଧ୍ୟ ସେ କର୍ଣ୍ଣପାତ କରୁନଥିବାରୁ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି l