
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ତାଳବଣିଆ ଉନ୍ନୟନ ପରିଷଦ, ପୁରୀ ତରଫରୁ ତାଳବଣିଆ ଠାରେ ତାଳ ବୃକ୍ଷ ଚାରା ରୋପଣ କରାଯାଇଅଛି l ଏହି ବୃକ୍ଷରୋପଣ କାର୍ଯ୍ୟରେ ମାନ୍ୟବର ପୁରୀ ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ସମ୍ବିତ ପାତ୍ର ଓ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ସାମିଲ ହୋଇ ତାଳ ଚାରା ରୋପଣ କରିଥିଲେ l ପୁରୀ ସହର ଅନ୍ତର୍ଗତ ତାଳବଣିଆ ରେ ପ୍ରାୟ ତାଳ ଗଛ ସବୁ ଲୋପ ପାଇଯାଇଥିବାରୁ ସଂଗଠନ ତରଫରୁ କରାଯାଉଥିବା କାର୍ଯ୍ୟ କୁ ମାନନୀୟ ସାଂସଦ ପ୍ରଶଂସା କରିବା ସହିତ ସରକାର ଙ୍କୁ ଏହି ବିଷୟରେ ଅବଗତକରିବା ନିମନ୍ତେ କହିଥିଲେ l ପରିବେଶ ସୁରକ୍ଷା ଓ ବିଜୁଳି ଘଡଘଡି ରୁ ରକ୍ଷା ନିମନ୍ତେ ତାଳ ଗଛ ର ଆବଶ୍ୟକତା ଅଟେ ବୋଲି ପୂର୍ବତନ ବିଧାୟକ ମତ ରଖିଥିଲେ l ସଂଗଠନ ର କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ନନ୍ଦ, ଆବାହକ ଶିବ ପ୍ରସାଦ ମହାନ୍ତି, ସାଧାରଣ ସମ୍ପାଦକ ସୁଜିତ ପଟ୍ଟନାୟକ, ଦୀପ୍ତି ରଞ୍ଜନ ବାରିକ, ଶ୍ରୀମତୀ ତନୁଜା ମହାନ୍ତି, ରବିନାରାୟଣ ଦାସ, ସିପୁନ ମହାନ୍ତି, ସଚିତାନନ୍ଦ ରଥ, ଜ୍ୟୋତି ରଞ୍ଜନ ନାୟକ, ବିଷ୍ଣୁ ଚରଣ ସ୍ୱାଇଁ, ହାଡିବନ୍ଧୁ ରେଡ୍ଡୀ, ସଞ୍ଜୟ ଦାସ, ପ୍ରଦୀପ ଚିନାରା, ବିଶୁ ରେଡ୍ଡୀ, କ୍ରିଷ୍ଣା ରେଡ୍ଡୀ , ଶଶିକାନ୍ତ ପରିଡା ଙ୍କ ସହିତ ସମସ୍ତ ସଦସ୍ୟ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l