ଭୁବନେଶ୍ୱର, ୬ ଜଣ ଅଫିସରଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବାଂଟିଛନ୍ତି ରାଜ୍ୟ ସରକାର । ଆଇଏଏସ୍ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଂଜ ବିହାରୀ ଧଳଙ୍କୁ ଗୃହ, ଅର୍ଥ, ସାଧାରଣ ପ୍ରଶାସନ , ଶିଳ୍ପ , ଆଇନ୍ , ପର୍ଯ୍ୟଟନ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆଙ୍କୁ ପଂଚାୟତିରାଜ, ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ, ପୂର୍ତ. ବାଣିଜ୍ୟ ଓ ପରିବହନ, ଶକ୍ତି , ଇସ୍ପାତ ଓ ଖଣି, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ହସ୍ତଶିଳ୍ପ ବିଭାଗର ଦାୟିତ୍ୱ ଦିଆଯାଇଛି । ଆଇଏଏସ୍ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ଶାହାଙ୍କୁ ରାଜସ୍ୱ, ସୂଚନା ଓ ଲୋକସମ୍ପର୍କ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା,ଦକ୍ଷତା ବିକାଶ , ସ୍ୱାସ୍ଥ୍ୟ, ଆଇଟି, କ୍ରୀଡା ଆଦି ବିଭାଗର ଦାୟିତ୍ୱ ମିଳିଛି ।
ସେହିପରି ଓଏଏସ୍ ଅଧିକାରୀ ପ୍ରସନ୍ନ ଷଡ଼ଙ୍ଗୀଙ୍କୁ ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ,ସଂସଦୀୟ ବ୍ୟାପାର ଓ ଅବକାରୀ ବିଭାଗ , ଚିତ୍ରସେନ ରାଉତଙ୍କୁ କୃଷି,ମତ୍ସ୍ୟ ସମ୍ପଦ, ସମବାୟ, ଖାଦ୍ୟ ଯୋଗାଣ ଏବଂ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ଦାୟିତ୍ୱ ମିଳିଛି ।