
ପ୍ୟାରିସ, ଭାରତର ପୂର୍ବତନ ମୁଖ୍ୟ କୋଚ ରାହୁଲ ଦ୍ରାବିଡ 2028ର ଲସଆଞ୍ଜେଲସ ଅଲମ୍ପିକର ଖେଳ କାର୍ଯ୍ୟକ୍ରମରେ କ୍ରିକେଟକୁ ସାମିଲ କରାଯିବାକୁ ନେଇ ପ୍ରଶଂସା କରି ଏହାକୁ ବାସ୍ତବରେ ଅଦ୍ଭୁତପୂର୍ବ ସଫଳତା ବୋଲି କହିଛନ୍ତି । ଦ୍ରାବିଡ ଡ୍ରିମ ସ୍ପୋର୍ଟ୍ସ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ପ୍ୟାନେଲ ଆଲୋଚନାରେ ଭାଗ ନେଇଥିଲେ, ଯାହାର ଶୀର୍ଷକ ଥିଲା ‘ଅଲମ୍ପିକରେ କ୍ରିକେଟ-ଏକ ନୂଆ ଯୁଗର ଶୁଭାରମ୍ଭ’ । ଯାହାକି ପ୍ୟାରିସ ଅଲମ୍ପିକରେ ପ୍ରଥମ ଥର ଇଣ୍ଡିଆ ହାଉସରେ ଆୟୋଜିତ କରାଯାଇଥିଲା ।