ସମ୍ବଲପୁର, ସରକାରଙ୍କ ନଥିପତ୍ରରେ ହୀରାକୁଦ ଡ୍ୟାମ ସୁରକ୍ଷା ଚିନ୍ତା ଆଜି ପ୍ରାୟତଃ ଏକ ପ୍ରକାରର ପ୍ରହସନରେ ପରିଣତ ହୋଇଛି | ହୀରାକୁଦ ନିଷିଦ୍ଧାଂଚଳରେ ଉଡିଲା ଡ୍ରୋନ | ହୀରାକୁଦ ଜଳଭଣ୍ଡାରରେ ଆଜି ଗେଟ୍ ଖୋଲାଯାଇଥିବା ସମୟରେ ଡ୍ରୋନ ଉଡାଇଲେ ବ୍ଲଗର | ବ୍ଲଗର଼ ଡ୍ରୋନ ଉଡାଇବା ସହ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି | ଏପରିିକି ଡ୍ୟାମର ସବୁ ଆଙ୍ଗେଲ୍ ଭିଜୁଆଲ ନିଆଯାଇ ସୁରକ୍ଷା ବ୍ୟବସ୍ଥାର ଧଜ୍ଜିଆ ଉଡାଇଛନ୍ତି | ଡ୍ୟାମ ଉପର ଭିଜୁଆଲ, ସ୍ପିଲ ଓ୍ବେ ଭିଜୁଆଲ ଓ ଡ୍ୟାମ ଉପରେ ଥିବା ରାସ୍ତା ଉପରେ ମଧ୍ୟ ଡ୍ରୋନ ଉଡାଯାଇଛି | ମିଷ୍ଟର ଓଡିଆ ବ୍ଲଗର ନାମକ ଜଣ ବ୍ୟକ୍ତି ଏହି ଡ୍ରୋନ ଉଡାଇଥିବା ଦେଖିବାକୁ ମିଳିଛି | ଯେତେବେଳେ ନିଷିଦ୍ଧାଂଚଳ ବୋଲି ଗଣମାଧ୍ୟମକୁ ୪ ବର୍ଷ ହେବ ସ୍ପିଲ ଓ୍ବେ ଅଂଚଳକୁ ବାରଣ ରହିଛି ସେହି ସମୟରେ ନିଷିଦ୍ଧାଂଚଳରେ କିପରି ଜଣେ ବ୍ଲଗର ଡ୍ରୋନ୍ ଉଡାଇ ପାରିଲେ ତାହା ଏବେ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।