ଭୁବନେଶ୍ୱର/ପୁରୀ– ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟିର ବୈଠକ ବସିବ । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏଏସଆଇ ସହ ବୈଠକ ଅନୁଷ୍ଠିତ ହେବ। ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ସହ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି ସମ୍ପର୍କରେ ଏଥିରେ ଆଲୋଚନା ହେବା ସମ୍ଭାବନା ରହିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧୀକ୍ଷକ ଏବଂ ଅନ୍ୟ ସଦସ୍ୟ ଯୋଗଦେବେ ।