ଭୁବନେଶ୍ୱର– ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର । ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରାଯାଇଛି । ଏକସଙ୍ଗେ ୧୦ଟି ସ୍ଥାନରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଟିମ୍ । ଭୁବନେଶ୍ବର, ସୋନପୁର, ବଲାଙ୍ଗିର ଘର ସମେତ ଅଫିସରେ ଚାଲିଛି ରେଡ୍ । ଏହି ଚଢାଉରେ 10ଜଣ ଡିଏସପି, 15 ଇନସପେକ୍ଟର ଓ ଅନ୍ୟ ସହଯୋଗୀ ସାମିଲ ହୋଇଛନ୍ତି ।